ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି ମାଡ଼, କାନକୁ ଛୁଇଁ ଚାଲିଗଲା ଗୁଳି

ପେନସିଲଭେନିଆ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ । ଏକ ନିର୍ବାଚନୀ ସଭାରେ ତାଙ୍କ ଗୁଳି ମାଡ଼ ହୋଇଛି । ଗୁଳି ତାଙ୍କ ଡାହାଣ କାନକୁ ଛୁଇଁ ପାର ହୋଇଯାଇଛି । ତାଙ୍କ କାନରୁ ରକ୍ତ ବାହାରୁ ଥିବା ଦେଖିବାକୁ ମିଳିଥିଲା । ଟ୍ରମ୍ପ ପେନସିଲଭେନିଆରେ ରାଲି କରୁଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ ପରେ ଟ୍ରମ୍ପ ପୋଡିୟମରେ ତଳକୁ ଝୁଙ୍କି ପଡ଼ିଥିଲେ । ଏହାପରେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ତାଙ୍କୁ ଘେରି ଯାଇଥିଲେ । ଗୁଳି ମାଡ଼ ପରେ ବି ସେ ଉପସ୍ଥିତ ଜନତାଙ୍କ ଆଡ଼କୁ ହାତ ହଲାଇ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଥିଲା ।

ତାଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି, ଟ୍ରମ୍ପ ସୁରକ୍ଷିତ ଅଛନ୍ତି । ମଞ୍ଚରୁ ଓହ୍ଲାଇବା ମାତ୍ରେ ରାଲି ଗ୍ରାଉଣ୍ଡକୁ ପୋଲିସ ଖାଲି କରି ଦେଇଛି । ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଥିବା ଦିଗରେ ସିକ୍ରେଟ୍ ସର୍ଭିସ୍ ଯାଞ୍ଚ କରୁଛି । ଘଟଣା ପରେ ଏଫବିଆଇ ଟିମ୍ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ଯାଇଥିଲା । ସିକ୍ରେଟ୍ ସର୍ଭିସ ସହ ମିଶି ଏଫବିଆଇ ଘଟଣାର ଯାଞ୍ଚ କରୁଛି ।

ପେନସିଲଭେନିଆର ବଟଲର କାଉଣ୍ଟିରେ ହେଉଥିଲା । ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ଘଟଣା ସ୍ଥଳରେ ମାରି ଦିଆଯାଇଛି । ଏହି ଗୁଳିମାଡ଼ ଘଟଣାରେ ରାଲିରେ ସାମିଲ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।