ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି, ଗାଡ଼ି ସାଇଡ୍ କରିବାକୁ ନେଇ ୧୨ ରାଉଣ୍ଡ ଫାୟାରିଂ

1 min read

ଭୁବନେଶ୍ୱର: ଭୁବନେଶ୍ବରରେ ଫୁଟିଲା ଗୁଳି । ଝାରପଡ଼ାରେ ଗାଡ଼ି ସାଇଡ୍ ମାରିବାକୁ ନେଇ ୨ଟି ବନ୍ଧୁକରେ ୧୨ ରାଉଣ୍ଡ ଫାୟାରିଂ । ଗୁଳିମାଡ଼ରେ ଗୁରୁତର ଆହତ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ବନ୍ଧୁକ ଜବତ, ୨ ଅଟକ । ଅନ୍ୟ ଏକ ବନ୍ଧୁକ ନେଇ ୨ ଦୁର୍ବୃତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତିରେ ଝାରପଡ଼ା ଜଗନ୍ନାଥ ନଗର ଲେନ ୱାନ ସ୍ଥିତି ଏକ କଲ୍ୟାଣମଣ୍ଡପରେ ଭୋଜି ହେଉଥିଲା । କାର୍‌ ସାଇଡ କରିବାକୁ ନେଇ ଗଣ୍ଡଗୋଳରୁ ଉତ୍ତ୍ୟକ୍ତ ୪ ଦୁର୍ବୃତ୍ତ ଅତର୍କିତ ଗୁଳି ଚଳାଇଥିଲେ ।

ଝାରପଡାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନାଙ୍କ ଗୋଡ଼ରେ ବାଜିଛି ଗୁଳି । ଶିଖର ଜେନାଙ୍କ ବାମ ପଟ ଗୋଡ଼ରେ ବାଜିଛି ଗୁଳି ପୁଅ ରିଙ୍କୁ ଜେନାଙ୍କ ଡାହାଣ ପଟ ଗୋଡରେ ଲାଗିଛି ଆଘାତ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ପ୍ରଭାତ ମାର୍ଥା ନାମକ ଯୁବକ ଦୁଇଟି ବନ୍ଧୁକ ଧରି ପୁଲିସ ସମ୍ମୁଖରେ ଗୁଳିମାଡ଼ କରିଥିବା ପୋଲିସ ସୂଚନା ଦେଇଛନ୍ତି । ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ।