ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

1 min read

ତମାଣ୍ଡୋ: ଭୁବନେଶ୍ୱର କଳିଙ୍ଗବିହାର ଅଂଚଳରେ ଗୁଳିକାଣ୍ଡ । ଜାମିନରେ ଆସିଥିବା ଅଭିଯୁକ୍ତ ସଂଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳିମାଡ଼ ହୋଇଛି । ତେବେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ସଂଜୟ । କଳିଙ୍ଗ ବିହାର କେ-୪ ଲକ୍ଷ୍ମୀ ମଣ୍ଡପ ସାମନାରେ ଘଟିଛି ଘଟଣା । ବାଇକରେ ଆସି ୩ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଖବର ପାଇ ତମାଣ୍ଡୋ ପୋଲିସ ପହଞ୍ଚି ଗୋଟିଏ ଖୋକା ଜବତ କରିଛି ।

ସକାଳ ପ୍ରାୟ ୮ଟା ୪୫ ମିନିଟରେ ଲମାଣଅଡୋ ଅଞ୍ଚଳ କଳିଙ୍ଗବିହାର କେ-୪ ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ତିନି ଯୁବକ ଆସି ବ୍ଲାଙ୍କ ଫାୟରିଂ କରିଥିଲେ । ସୂଚନା ଅନୁଯାୟୀ ଜେଲରୁ ଜାମିନରେ ମୁକୁଳିଥିବା ସଞ୍ଜୟ ଖୁଣ୍ଟିଆଙ୍କୁ ୩ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଗୁଳି ଚଳାଇଥିଲେ । ସଞ୍ଜୟ ଦୌଡ଼ି ଦୌଡ଼ି ତାଙ୍କ ଘରେ ପଶିଯାଇଥିଲେ । ତାଙ୍କ ଦେହରେ ଗୁଳି ବାଜିନଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ ସଞ୍ଜୟ ଖୁଣ୍ଟିଆ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ । ସେ ଡୁମଡୁମା ଅଞ୍ଚଳରେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ । ତେବେ ସେ ଘଟଣାକୁ କେନ୍ଦ୍ର କରି ଗୁଳିଚାଳନା ହୋଇଥିବା ପୋଲିସ ସନ୍ଦେହ କରୁିଛି । ସଞ୍ଜୟଙ୍କ ସହ ଅଧିକା ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply