ଟିଭି ଦେଖୁଥିଲେ ଶାଶୂୂବୋହୂ, ଗୁଳିମାଡ଼ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ: ଘରେ ପଶି ଗୁଳିମାଡ଼ । ଲୁଟିନେଲେ ସୁନା ଗହଣା । ସନ୍ଧ୍ୟାରେ ଶାଶୂ, ବୋହୂ ଟିଭି ଦେଖୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଘରେ ପଶିଥିଲେ । ଗୁଣି ଗାରେଡି କରୁଥିବା କହି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଜରପଡ଼ା ଥାନା ତୁବେ ଗାଁର ପଦିଆ ସାହିରେ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁଲୋଚନା ଗୁରୁତର ଆହାତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: କୋଲକାତାରୁ ସଡ଼କ ପଥରେ ଆସିବ ବିଜୁବାବୁଙ୍କ ଯୁଦ୍ଧ ବିମାନ ‘ଡାକୋଟା’
ଗୁଳିମାଡ଼ ପରେ ସୁନା ଗହଣା ନେଇ ଫେରାର୍ ହୋଇ ଯାଇଛନ୍ତି ଦୁର୍ବୃତ୍ତ । ସୁଲୋଚନାଙ୍କ ବାମ କାନ୍ଧରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।