BSF ମେସରେ ଗୁଳିକାଣ୍ଡ: ୫ ଯବାନ ମୃତ, ୬ ଆହତ

ଅମୃତସର: ପଞ୍ଜାବ ରାଜଧାନୀ ଅମୃତସରରେ ଅଘଟଣ  । ସୂଚନା ମୁତାବକ ବିଏସଏଫ ଯବାନ ରହୁଥିବା ମେସରେ ଘଟିଛି ଗୁଳିକାଣ୍ଡ  । ଏହି ଘଟଣାରେ ୫ ଜଣ ଯବାନଙ୍କର  ମୃତ୍ୟୁ ହୋଇଥିବାବେଳେ ୬ ଜଣ ବର୍ତ୍ତମାନ ଗୁରୁତର ଆହତ ହୋଇଛନ୍ତି  । ଖୋଦ ଯବାନ ରହୁଥିବା ହଷ୍ଟେଲରେ ଗୁଳିକାଣ୍ଡ  ହେବା ସମଗ୍ର ପଞ୍ଜାବରେ ଆଲୋଡ଼ନ ସୃଷ୍ଚି କରିଛି  । ସେପଟେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲରେ ଭର୍ତ୍ତି କରିଯାଇଛି  । ସେଠାରେ ହିଁ ତାଙ୍କର ଚିକିତ୍ସା ଜାରି ରହିଛି  ।

ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ୍ ଆରମ୍ଭ କରିଛି  । କିଏ ଏବଂ କେଉଁ କାରଣରୁ ଏଭଳି ଅଘଟଣ ଘଟାଇଲା ତାହାର ତଦନ୍ତ ଚଳାଇଛି ପୋଲିସ  । ସେପଟେ ବିଏସଏଫ କ୍ୟାମ୍ପରେ ନିଯୁକ୍ତ ଥିବା କନଷ୍ଟେବଳ ହିଁ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡ଼ିଛି  ।  ତେବେ ଉକ୍ତ କନଷ୍ଟେବଳ ଜଣଙ୍କ କଟ୍ଟପା ନାମରେ ପରିଚିତ  । ତେହେ କାହିଁକି ଓ କେଉଁ କାରଣରୁ ମେସରେ ନିଯୁକ୍ତ କନଷ୍ଟେବଳ ଏହି ଗୁଳିକାଣ୍ଡ ଘଟାଇଲେ ତାହା ଜଣାପଡିନାହିଁ  । ସେପଟେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କଟ୍ଟପାକୁ ଧରିବାରେ ସଫଳ ହୋଇନାହିଁ  ।

ସେପଟେ ଅଚାନକ ଏଭଳି ଖବର ମୃତ ପରିଜନଙ୍କୁ ଚକିତ କରିଛି  । ମୃତକଙ୍କ ପରିବାରବରଗ ଘଟଣା ସ୍ଥଳରେ ପହଁଚିବାରେ ଲାଗିଛନ୍ତି  । ଆହତ ମାନଙ୍କର ଚିକିତ୍ସା ଗୁରୁ ନାନକଦେବ ମେଡିକାଲରେ ଜାରି ରହିଛି  । ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଉପରେ ଧ୍ୟାନ ରଖିଛନ୍ତି  । ତେବେ ଆହତ ହୋଇଥିବା ଯବାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ରହିଛି  ।

Leave a Reply