BSF ମେସରେ ଗୁଳିକାଣ୍ଡ: ୫ ଯବାନ ମୃତ, ୬ ଆହତ
ଅମୃତସର: ପଞ୍ଜାବ ରାଜଧାନୀ ଅମୃତସରରେ ଅଘଟଣ । ସୂଚନା ମୁତାବକ ବିଏସଏଫ ଯବାନ ରହୁଥିବା ମେସରେ ଘଟିଛି ଗୁଳିକାଣ୍ଡ । ଏହି ଘଟଣାରେ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ବର୍ତ୍ତମାନ ଗୁରୁତର ଆହତ ହୋଇଛନ୍ତି । ଖୋଦ ଯବାନ ରହୁଥିବା ହଷ୍ଟେଲରେ ଗୁଳିକାଣ୍ଡ ହେବା ସମଗ୍ର ପଞ୍ଜାବରେ ଆଲୋଡ଼ନ ସୃଷ୍ଚି କରିଛି । ସେପଟେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲରେ ଭର୍ତ୍ତି କରିଯାଇଛି । ସେଠାରେ ହିଁ ତାଙ୍କର ଚିକିତ୍ସା ଜାରି ରହିଛି ।
ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ୍ ଆରମ୍ଭ କରିଛି । କିଏ ଏବଂ କେଉଁ କାରଣରୁ ଏଭଳି ଅଘଟଣ ଘଟାଇଲା ତାହାର ତଦନ୍ତ ଚଳାଇଛି ପୋଲିସ । ସେପଟେ ବିଏସଏଫ କ୍ୟାମ୍ପରେ ନିଯୁକ୍ତ ଥିବା କନଷ୍ଟେବଳ ହିଁ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡ଼ିଛି । ତେବେ ଉକ୍ତ କନଷ୍ଟେବଳ ଜଣଙ୍କ କଟ୍ଟପା ନାମରେ ପରିଚିତ । ତେହେ କାହିଁକି ଓ କେଉଁ କାରଣରୁ ମେସରେ ନିଯୁକ୍ତ କନଷ୍ଟେବଳ ଏହି ଗୁଳିକାଣ୍ଡ ଘଟାଇଲେ ତାହା ଜଣାପଡିନାହିଁ । ସେପଟେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କଟ୍ଟପାକୁ ଧରିବାରେ ସଫଳ ହୋଇନାହିଁ ।
ସେପଟେ ଅଚାନକ ଏଭଳି ଖବର ମୃତ ପରିଜନଙ୍କୁ ଚକିତ କରିଛି । ମୃତକଙ୍କ ପରିବାରବରଗ ଘଟଣା ସ୍ଥଳରେ ପହଁଚିବାରେ ଲାଗିଛନ୍ତି । ଆହତ ମାନଙ୍କର ଚିକିତ୍ସା ଗୁରୁ ନାନକଦେବ ମେଡିକାଲରେ ଜାରି ରହିଛି । ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଉପରେ ଧ୍ୟାନ ରଖିଛନ୍ତି । ତେବେ ଆହତ ହୋଇଥିବା ଯବାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ରହିଛି ।