ଡକାୟତି ବେଳେ ଗୁଳିମାଡ଼, ଜଣେ ଚୋର ଆହାତ
1 min read
ଭଞ୍ଜନଗର: ଡକାୟତି ଉଦ୍ୟମ ବେଳେ ଡକାୟତ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗି-ଚକାପାଦୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ । ଶେଷରେ ଡକାୟତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଡକାୟତଙ୍କୁ କାବୁ କରିବାକୁ ଲୋକମାନେ ଉଦ୍ୟମ କରିବା ବେଳେ ଜଣେ ଡକାୟତର ଗୁଳିରେ ଆଉ ଜଣେ ଡକାୟତ ଆହାତ ହୋଇଛି ।
୨ ଜଣ ଡକାୟତିଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଆହାତ ଡକାୟତକୁ ଆମ୍ବୁଲାନ୍ସ ଯୋଗେ ଟିକାବାଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ପୋଲିସ ୨ଟି ବନ୍ଧୁକ ସହ ୨ଟି ବାଇକ୍ ଜବତ କରି ତଦନ୍ତ କରୁଛି । ୩ରୁ ୪ ଜଣ ଡକାୟତ ଫେରାର ହୋଇଛନ୍ତି । ଘଟଣାସ୍ଥଳରେ ଜି. ଉଦୟଗିରି ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି ।