ବାରଙ୍ଗରେ ଅଭାବନୀୟ ଘଟଣା, ବାପାର ଗୁଳିରେ ପୁଅର ମୃତ୍ୟୁ
କଟକ: ବାରଙ୍ଗରେ ଫୁଟିଲା ଗୁଳି । ଗୋଡି ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମିଳିଥିବା ସୂଚନା ମୁତାବକ ବାପା – ପୁଅ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଏହି କଳହ ଜୀବନ ନେବା ଭଳି ପରିସ୍ଥିତି ସୃଷ୍ଟି କରିଛି । ବାପାର ଗୁଳିମାଡ଼ରେ ପୁଅର ମୃତ୍ୟୁ ହୋଇଛି ।
କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଏସସିବି ପଠାଇବା ସହ ତଦନ୍ତ କାର୍ଯ୍ୟ ଜାରି ରଖିଛି ପୋଲିସ ।