କୋଭିଡ୍ ହସପିଟାଲରେ ଅଗ୍ନି ବ୍ୟବସ୍ଥାର ଯାଞ୍ଚ: ଉପକରଣର ବ୍ୟବହାର ଓ ଜରୁରୀକାଳୀନ କୌଶଳ ନେଇ ମକ ଡ୍ରିଲ କରିବ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ସୁରକ୍ଷା ପାଇଁ ପ୍ରୟାସ ଜାରି ରହିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋଗୀଙ୍କ ପାଇଁ ଏକମାତ୍ର ସାହାରା ହେଉଛି କୋଭିଡ଼ ହସପିଟାଲ । କିଭଳି କୋଭିଡ଼ ସେଣ୍ଟରରେ କୌଣସି ଆପତ୍ତି ଜନକ ପରିସ୍ଥିତି ନ ଉପୁଜେ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ଏନେଇ କୋଭିଡ୍ ମେଡିକାଲମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିବ ଅଗ୍ନିଶମ ବିଭାଗ

ରାଜଧାନୀର ତିନି ପ୍ରମୁଖ କୋଭିଡ ମେଡିକାଲ ସମ, କିମ୍ସ ଏବଂ ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯିବ କୋଭିଡ ମେଡିକାଲରେ ଥିବା ଅଗ୍ନି ନିରାପତ୍ତା ଉପକରଣର ଯାଞ୍ଚ କରିବା ସହ ଏହାର ଉପଯୋଗ ବିଷୟରେ ମେଡିକାଲର କର୍ମଚାରୀଙ୍କୁ ସଚେତନ କରାଯାଉଛି

ସେହିପରି ଅଗ୍ନିଶମ ବାହିନୀ ଦ୍ୱାରା ମକ୍ ଡ୍ରିଲ୍ କରାଯିବାର କାର୍ଯ୍ୟକ୍ରମ ରହିଛି ଗତକାଲି କଟକ ଜଗରପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ପରେ ଘଟଣାକୁ ଗୁରୁତର ସହ ନେଇ ଭୁବନେଶ୍ୱରର କୋଭିଡ ମେଡିକାଲ ମାନଙ୍କରେ ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ ଅନ୍ୟପଟେ ସଦଗୁରୁ କୋଭିଡ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

Leave a Reply