ମାଆ ତାରାତାରିଣୀ ମନ୍ଦିରରେ ଅଗ୍ନିକାଣ୍ଡ: ମାନସିକଧାରୀଙ୍କ ଦୀପ ଦାନ ବେଳେ ଲାଗିଲା ନିଆଁ

ପୁରୁଷୋତ୍ତମପୁର: ମାଆ ତାରାତାରିଣୀ ମନ୍ଦିରରେ ଅଘଟଣ। ଦୀପ ଘରେ ଲାଗିଲା ନିଆଁ । ଶତାଧିକ ଦୀପ ଲାଗିଥିବା ବେଳେ ହଠାତ ଲାଗିଲା ନିଆଁ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମା’ଙ୍କ ନବରାତ୍ର ଚାଲିଥିବା ବେଳେ ମାନସିକଧାରୀ ମାନେ ପୀଠରେ ଦୀପ ଲଗାଇଥିଲେ । ଆଉ ଏହି ସମୟରେ ଦୀପ ଘରେ ନିଆଁ ଲାଗିଥିଲା । ଖବର ପାଇଁ ଘଟଣାସ୍ଥଳରେ ଦମକଳ ସେବା ବାହିନୀ କର୍ମଚାରୀ ପହଞ୍ଚିଛନ୍ତି । ଏବଂ ନିଆଁକୁ ଆୟତ୍ତ କରିଛନ୍ତି ।