spot_img

Latest Posts

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ଦାସ ସାହିରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ୧୫ବଖରା ଘର। ଗ୍ୟାସ ଲିକ ଯୋଗୁଁ ନିଆଁ ଲାଗିଥିବା ଲୋକେ କହୁଥିବା ବେଳେ ନିଆଁର ଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ଭୟାବହତା ଏତେଥିଲା ଯେ ଚାନ୍ଦବାଲିର ଦୁଇଟି ଦମକଳକୁ ନିଆଁ ଲିଭାଇବାକୁ ଲାଗିଥିଲା ୫ଘଣ୍ଟାରୁ  ଅଧିକ ସମୟ। ତେବେ ଦମକଳ ବାହିନୀ ନିଆଁକୁ ଆୟତ୍ତ କଲାବେଳକୁ ଲକ୍ଷାଧିକ ଟଙ୍କାର ଘର କରଣା ସହ ଧାନ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି। ଦାସ ସାହିର ଦୁର୍ଯ୍ୟୋଧନ ଦାସଙ୍କ ଘରେ ପ୍ରଥମେ ନିଆଁ ଲାଗିବା ବେଳ ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା। ଯାହା ଫଳରେ ନିଆଁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ତେବେ ବାତ୍ୟା ଯୋଗୁ ବର୍ଷା ଜାରି ରହିଥିବାରୁ ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ଥଇଥାନ କରିବାକୁ ସାଧାରଣରେ ଦାବି ହୋଇଛି ।

Latest Posts

Don't Miss