ହାଓ୍ବାଇ ଦ୍ବୀପରେ ନିୟନ୍ତ୍ରଣକୁ ଆସୁନି ନିଆଁ, ଭୟଙ୍କର ଅଗ୍ନିକାଣ୍ଡରେ ଗଲାଣି ୮୯ରୁ ଅଧିକ ଲୋକଙ୍କ ଜୀବନ
ଓ୍ବାଶିଂଟନ: ଆମେରିକାରେ ଥମୁନି ଅଗ୍ନିକାଣ୍ଡ। ହାଓ୍ବାଇ ଦ୍ବୀପରେ ଲାଗିଥିବା ସର୍ବଗ୍ରାସକାରୀ ନିଆଁରେ ଅନେକ କ୍ଷୟକ୍ଷତି ହୋଇଛି । କିଛି ଦିନ ଧରି ଜାରି ରହିଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮୯ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ନିଖୋଜ ଅଛନ୍ତି । ଐତିହାସିକ ସହର ଲାହିନା ଜଳିପୋଡି ଛାରଖାର ହୋଇଗଲାଣି । ହଜାର ହଜାର ଲୋକ ବେଘର ହୋଇସାରିଲେଣି । ଅତ୍ୟନ୍ତ ଶୁଖିଲା ପରିବେଶ ସମେତ ପ୍ରବଳ ପବନ ଯୋଗୁ ହାଓ୍ବାଇରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ଆମେରିକା ବିଫଳ ହୋଇଛି । ହାଓ୍ବାଇ ଦ୍ବୀପରେ ମରୁଡି ପଡିଥିବାରୁ ଶୁଖିଲା ଜଙ୍ଗଲ ଏହି ଅଗ୍ନିକାଣ୍ଡ ଲାଗି ସହାୟକ ହୋଇଛି । ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସହରରେ ପ୍ରତିଦିନ କର୍ଫ୍ଯୁ ଜାରି କରାଯାଉଛି । ବାର୍ଷିକ 20 ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଲାହିନା ସହରର ଏବେ ଧ୍ବଂସସ୍ତୂପରେ ପରିଣତ ହୋଇଛି। ଶେଷ ଖବର ସୁଦ୍ଧା ୧୭ଶହରୁ ଅଧିକ କୋଠା ପୋଡିଗଲାଣି ।