ଚାଲିଥିଲା ମେଳା, ଲାଗିଗଲା ନିଆଁ

ନିନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ଝିରପାଣି ପଡ଼ିଆରେ ଚାଲିଥିବା ମେଳାରେ ଅଗ୍ନିକାଣ୍ଡ ନିଆଁଲାଗି ମେଳାରେ ପଡିଥିବା ୩୦ ଟି ଦୋକାନ ସହ ବିଭିନ୍ନ ସାମଗ୍ରୀ ଜଳି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ୨୦ ଟି ଦୋକାନ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଥିବା ବେଳେ ଅନ୍ୟ ୧୦ ଟି ଦୋକାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି ଅଗ୍ନିକାଣ୍ଡ ପରେ ଜଣ ବ୍ୟବସାୟୀ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି ଝିରପାଣି ଥାନା ପୋଲିସ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଜଣା ପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ଶ୍ରାବଣ ମାସ ପାଇଁ ଜୁଲାଇ ୨୦ ତାରିଖରୁ ଚାଲିଥିଲା ଏହି ମେଳା ରାଜ୍ୟ ରାଜ୍ୟ ବାହାରର ଶତାଧିକ ବ୍ୟବସାୟୀ ବିଭିନ୍ନ ପ୍ରକାରର ଦୋଳି ସହିତ ବିଭିନ୍ନ ସାମଗ୍ରୀ ଆଣି ବ୍ୟବସାୟ କରୁଥିଲେ