ରାକ୍ଷୀପୂର୍ଣ୍ଣିମାରେ ଅଘଟଣ: ଜଳିଗଲା ୩ ବଖରା ଘର, ୩ ଆହତ

ଯାଜପୁର: ରାକ୍ଷୀପୂର୍ଣ୍ଣିମାରେ ଯାଜପୁର ଜିଲ୍ଲାରେ ଅଘଟଣ। ବଡଚଣା ବ୍ଲକ ପୂର୍ଣ୍ଣଚନ୍ଦ୍ରପୁରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିବା ସହ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ ଗାଁର ମୀରା ନାୟକଙ୍କ ୩ ବଖରା ଘର ଅଗ୍ନିକାଣ୍ଡରେ ଜଳିଯାଇଥିବା ବେଳେ, ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସେପଟେ ଘରେ ରହିଯାଇଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରିବାକୁ ଯାଇ ତିନି ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।