ଖଇରଝୋଳାରେ ଭୟାବହ ଅଗ୍ନିକାଣ୍ଡ, ୧୪ ବଖରା ଧ୍ୱଂସ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଳସୁ ଖଇରଝୋଳାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରୋଷେଇ ଘରୁ ବ୍ୟାପିଥିବା ନିଆଁରେ ନିଶ୍ଚିହ୍ନ ହୋଇଯାଇଛି ୧୪ ବଖରା । ସମସ୍ତଙ୍କ ଆଖି ଆଗରେ ଚାଳରୁ ଚାଳ, ଘରକୁ ଘର ନିଆଁ ବ୍ୟାପି ଯାଇଥିଲା । ନିମିଷକେ ନିଆଁର ଆଁରେ ପୋଡ଼ି ଯାଇଥିଲା ୧୪ ବଖରା ଘର ।
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଛି । ଖବର ପାଇ ଦମକଳ ବାହିନୀ ନିଆଁକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆୟତ୍ତ କରିଥିଲା । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।