ସର୍ଟ ସର୍କିଟ ଯୋଗୁଁ ଟ୍ରକରେ ଲାଗିଲା ନିଆଁ

ରାୟଗଡା: ଟ୍ରକରେ ଲାଗିଲା ନିଆଁ । ବିଶାଖାପାଟଣାରୁ ରାଇପୁର ଯାଉଥିବା ବେଳେ ନିଆଁ ଲାଗିଥିବା ସୂଚନା । ରାୟଗଡା ଜିଲ୍ଲା ସେସଖାଲ ଥାନା ପାରତାପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିଥିଲା । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।
କୋଇଲା ବୋଝେଇ ଟ୍ରକଟି ବିଶାଖାପାଟଣାରୁ ରାଇପୁର ଅଭିମୁଖେ ଯାଉଥିବା ବେଳେ ସର୍ଟ ସର୍କିଟ ଯୋଗୁ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ ଟ୍ରକ୍ ଡ୍ରାଇଭର ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଜଣାପଡିଛି ।