କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଲାଗିଗଲା ନିଆଁ, ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ

ନବରଙ୍ଗପୁର: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିଆଁ । ଜଳିଗଲା ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସେଣ୍ଟର । ନବରଙ୍ଗପୁର ଜିଲ୍ଲା ନୂନପାଣି ଗାଁରେ ଏହି ଅଘଟଣ ଘଟିଛି । କ୍ୱାରେଣ୍ଟାଇନ ସେଣ୍ଟରରେ ନିଆଁ ଲାଗି ଯାଇଥିବା ଦେଖି ଗାଁଲୋକ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।

କୋଷାଗୁମୁଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୌଭାଗ୍ୟ କ୍ରମେ କ୍ୱାରେଣ୍ଟାଇନ ସେଣ୍ଟରରେ କେହି ଲୋକ ନଥିଲେ । କିନ୍ତୁ ୧୦ଟି ବେଡ ସହ ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ ହୋଇଯାଇଛି । ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Leave a Reply