ଦୟାନଦୀ ମଝିରେ ମେସିନରେ ଲାଗିଲା ନିଆଁ

ପୁରୀ:  କଣାସ ବୋଟଳମାଠାରେ ଅଘଟଣ । ଦୟାନଦୀ ମଝିରେ ନଦୀଖୋଳା ମେସିନରେ ଲାଗିଲା ନିଆଁ । ନଦୀରୁ ମାଟି ଖୋଳିବା ବେଳେ ନିଆଁ ଲାଗିଲା । ନିଆଁରେ ମେସିନ ଡ୍ରାଇଭରଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ନିଆଁ ଲାଗିବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ସେପଟେ ଅଗ୍ନିକାଣ୍ଡ ବିଷେୟରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଁଚିଥିଲେ  । ପ୍ରଥମେ ନିଆଁକୁ ଆୟତ୍ତ କରିଥିଲେ । ଅଧିକ ସମୟ ମେସିନ ଚାଲିବାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।