କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ଡାକ୍ତଖାନାର ଉପର ମହଲାରେ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଅଗ୍ନିଶମ ବିଭାଗର ଅଧିକାରୀମାନେ ଡାକ୍ତରଖାନା ବିଲଡିଂ ଉପକୁ ଚଢ଼ି ନିଆ ଲାଗିଥିବା ସ୍ଥାନରେ ପାଣି ପକାଉଛନ୍ତି । କୌଣସି ଜୀବନ ନଷ୍ଟ ହୋଇନଥିବା ସୂଚନା । କଟକ ଡିସିପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଯେପରି କୌଣସି ବ୍ୟକ୍ତିଙ୍କ ଜୀବନ ନଷ୍ଟ ନହୁଏ ତାକୁ ଗୁରୁତ୍ୱ ଦିଆଯାଉଛି ।
ହସ୍ପିଟାଲ ଭିତରେ ଥିବା ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ତୃତୀୟ ଓ ଚତୁର୍ଥ ମହଲାରେ ଆଇସିୟୁ ୱାର୍ଡ ଥିବାରୁ ସେଠାକୁ ନିଆଁ ଯେପରି ବ୍ୟାପିନଯାଉ ସେପ୍ରତି ଧ୍ୟାନ ଦିଆଯାଉଛି ।