କଟକ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ,ରୋଗୀ ସୁରକ୍ଷିତ
1 min read
କଟକ: କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ । ଜଗତପୁର ସଦଗୁରୁ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ନିଆଁଲିଭା କାର୍ଯ୍ୟରେ ଦମକଳ ଗାଡ଼ି ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସରେ ଚାଲିଛି ରୋଗୀଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା । କଟକ ଜିଲ୍ଲାପାଳ ଏବଂ ଡିସିପିଙ୍କ ଉପସ୍ଥିତରେ ରୋଗୀଙ୍କର ପଞ୍ଜିକରଣ କରାଯାଇ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି । ୧୩୦ ଜଣ ରୋଗୀଙ୍କ ମଧ୍ୟରୁ ୨୪ ଜଣ ICUରେ ଥିଲେ ଏବଂ ସେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।