ଚଳନ୍ତା କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ପାଖରେ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ । ଟ୍ରେନ୍ ଚାଲିଥିବା ସମୟରେ ଲାଗିଲା ଟ୍ରେନ୍ରେ ନିଆଁ । ଟ୍ରେନ୍ର ଗୋଟିଏ ଓ୍ୱାଗନରେ ନିଆଁ ଲାଗିଥିବା ଅଭିଯୋଗ ହୋଇଛି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିମ୍ବା ବିଡ଼ି ନିଆଁ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।