ହୁତୁ ହୁତୁ ହୋଇ ଜଳୁଛି ଚିଲିକା ନଳ ବଣ

1 min read

ଚିଲିକା: ଚିଲିକାର ନଳ ବଣରେ ଲାଗିଛି ନିଆଁ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କାଳୁପଡ଼ା ଘାଟ ଜେଟି ନିକଟରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁର ତୀବ୍ରତା ଏତେ ଅଧିକ ହୋଇଛି ଯେ କୂଳକୁ ନାଉରିଆ ଡଙ୍ଗା ନେଇ ଆସିବାରେ ମଧ୍ୟ ଅସୁବିଧା ହେଉଛି ।

ଚିଲିକାରେ ଥିବା ନଳ ଘାସ ସବୁ ଖରା ଦିନେ ଶୁଖି ଯାଇଥିବାରୁ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି ।

ଏକର ଏକର ଅଞ୍ଚଳକୁ ବ୍ୟାପୁଛି ନିଆଁ । ନିଆଁ ବ୍ୟାପିବା ଫଳରେ ଚିଲିକାର ନଳ ଘାସ ଜଙ୍ଗଲରେ ରହୁଥିବା ବିରଳ ପ୍ରଜାତିର ପ୍ରାଣୀ ଫିସିଙ୍ଗ୍ କ୍ୟାଟ ପ୍ରତି ଦେଖା ଦେଇଛି ବିପଦ । ଏ ପର୍ଯ୍ୟନ୍ତ ଚିଲିକା ଡେଭଲପମେଣ୍ଟ ଅଥୋରିଟି (CDA)ର କୌଣସି ଅଧୀକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ନିଆଁ ଲିଭାଇବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ । ତେଣୁ ଚିଲିକାରେ ଥିବା ବିରଳ ପ୍ରାଣୀ ଫିସିଙ୍ଗ କ୍ୟାଟ୍ ଜୀବନ ପ୍ରତି ବିପଦ ଦେଖା ଦେଇଛି ।