spot_img

Latest Posts

କାମ୍ବୋଡିଆରେ ନିଆଁ ଲାଗି ୧୦ ଜୀବନ୍ତ ଦଗ୍ଧ

କାମ୍ବୋଡିଆ: କାମ୍ବୋଡିଆର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୦ ଜଣରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ପୋଇପେଟ ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲ ଏବଂ କିସିନୋରେ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଁଆକୁ ଆୟତ୍ତ କରିବାରେ ଲାଗିଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଗୁରତରମାନଙ୍କ ଭିତରୁ କିଛି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଖବର ଅନୁଯାୟୀ, ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ବର୍ତ୍ତମାନ ୫୦ରୁ ଅଧିକ ଲୋକ ଫସିରହିଛନ୍ତି। ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଘଟଣା ସ୍ଥଳରୁ ଆଶ୍ଚର୍ଯ୍ୟ ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି କି, ଲୋକମାନେ ଜୀବନ ବଞ୍ଚାଇବାକୁ ଯାଇ ୫ ମହଲା ଉପରୁ ତଳକୁ ଡେଇଁ ପଡୁଛନ୍ତି । ସେପଟେ ୭୦ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଛି ବୋଲି ଅଗ୍ନିଶମ ବାହୀନି ପକ୍ଷରୁ ସୂଚନା ମିଳିଛି। ଏଥିରେ ହୋଟେଲର ବ୍ୟାପକ କ୍ଷୟକ୍ଷତି ହୋଇଛି ।

Latest Posts

Don't Miss