ଆସବାବପତ୍ର ଓ ଧାନ ଚାଉଳ ପୋଡି ଯିବା ସହ ୬ ଗାଈ ଜୀବନ୍ତ ଦଗ୍ଧ

 ଭଦ୍ରକ: ଚାନ୍ଦବାଲି ବ୍ଲକ ହେଙ୍ଗୁପତି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୫ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି କୌଣସି କାରଣରୁ ମହାଳିକ ସାହିରେ ନିଆଁ ଲାଗିଯାଇଥିଲା । ଯାହାକି ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା । ନିଆଁ ଲିଭାଇବାକୁ ଗ୍ରାମବାସୀ ମାନେ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରିନଥିଲେ ।

ଏହି ନିଆଁ ନିମିସକେ ବ୍ୟାପି ଯାଇଥିଲା ଆଉ ଏଥିରେ ପାଖାପାଖି ୧୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । କେବଳ ସେତିକି ନୁହେଁ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଧାନ ଚାଉଳ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେବଳ ଧନ, ସମ୍ପତ୍ତି ନଷ୍ଟ ହୋଇନାହିଁ ଜୀବନ ମଧ୍ୟ ନଷ୍ଟ ହୋଇଯାଇଛି । ଗାଈ ଗୁହାଳରେ ବନ୍ଧାଯାଇଥିବା ୬ରୁ ଅଧିକ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣା ପଡ଼ିନାହିଁ ।

Leave a Reply