ରାତି ଅଧରେ ବେକେରୀ ସପ୍ରେ ଲାଗିଲା ନିଆଁ

ଭୁବନେଶ୍ୱର: ରାଜଧାନୀରେ ପୁଣି ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ବେକେରୀ ସପ୍ରେ ନିଆଁ ଲାଗିଯାଇଥିଲା । ଶୈଳଶ୍ରୀ ବିହାରରେ ଥିବା ଏକ ବେକେରୀ ସପ୍ରେ ଅଗ୍ନିକାଣ୍ଡ ଘଟିଛି । ଖାଲି ସେତିକି ନୁହଁ, ପାଖରେ ଥିବା ଏଟିଏମ୍ ଓ ଅନ୍ୟ ଦୋକାନକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।