ଦୁର୍ଘଟଣା ମୁକ୍ତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

ପୁରୀ: ଦୁର୍ଘଟଣା ମୁକ୍ତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତିନି ରଥର ସୁରକ୍ଷା ପାଇଁ ତିନୋଟି ଫାୟାର ଫାଇଟିଙ୍ଗ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା । ସମୁଦ୍ର ସ୍ନାନ ବେଳେ ଅଘଟଣ ରୋକିବା ପାଇଁ 39ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନୋଟି ସ୍ୱତନ୍ତ୍ର ଟିମ, 90 ଜଣ ଲାଇଫ ଗାର୍ଡ ଓ 300ଜଣ ଘରୋଇ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି ।

ସେହିଭଳି ଅଂଶୁଘାତ ଜନିତ ସୁରକ୍ଷା ପାଇଁ 15ଟି କୁଇକ ରେସ୍ପନ୍ସ ଟିମ ଓ 8ଟି ୱାଟର ଟ୍ୟାଙ୍କର ମୁତୟନ ହୋଇଛନ୍ତି । ପଞ୍ଚତୀର୍ଥ ପୁଷ୍କରିଣୀରେ ରହିବ ଅତ୍ୟାଧୁନିକ ପାୱାର ବୋଟ ସହ ଉଦ୍ଧାରକାରୀ ସମସ୍ତ ସରଞ୍ଜାମ । ଗତ ଦୁଇବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅଗ୍ନିଶମ ଗାଡି, ଓ୍ବାଟର ଟ୍ୟାଙ୍କର, ଓ୍ବାଟର ସ୍ପ୍ରିଙ୍କଲର ଓ କର୍ମଚାରୀ ନିୟୋଜିତ କରାଯାଇଛି  ।

ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ସମାଧାନ ପାଇଁ 10ଟି ଫାୟାର ପମ୍ପ ରହିବ । କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ 24ଘଣ୍ଟିଆ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।