ଦୋଳ ମେଳଣରେ ଅଘଟଣ, ବାଣ ଫୁଟି ୮ ଜଣ ଆହତ

ପୁରୀ: ବଳଙ୍ଗା ସାଇଁସ ଭଗବତୀପୁର ଦୋଳ ମେଳଣରେ ଅଘଟଣ । ବାଣ ଫୁଟି ୮ ଜଣ ଆହତ । ଆହତଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦୋଳ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହରିହର ଭେଟ ସହ ବାଣ ଯାତ୍ରାର ଆୟୋଜନ କରାଯାଇଥିଲା ।
ଏଥିରେ ସାଇଁସ ଓ ଭଗବତୀପୁର ଦୁଇଟି ମୌଜାର ଦୋଳ ସହ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ତେବେ ହଠାତ୍ କୌଣସି କାରଣରୁ ବାଣରେ ନିଆଁ ଲାଗି ଯାଇଥିଲା । ଏଥିରେ ୮ଜଣ ଆହତ ହେଇଥିଲେ । ଅଘଟଣ ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ସହିତ ଘଟଣା ସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।