ଦୀପ ନିଆଁରୁ ଜଳିଗଲା ୬ ବଖରା, ୨ ପରିବାର ସର୍ବସ୍ୱାନ୍ତ

Fire Broke Outs In Gunupur

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ସୀତାପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୨ଟି ପରିବାରର ୬ ବଖରା ଘର ଜଳି ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ବିଜୟ କୁଣ୍ଡିଙ୍ଗି ତାଙ୍କୁ  ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ନିଆକୁ ଆୟତ୍ତ କରିଛି ।

Fire Broke Outs In Gunupur

ଦୀପ ନିଆଁରୁ ଅଗ୍ନକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଗୁଣୁପୁର ତହସିଲଦାର ସରତ ଚନ୍ଦ୍ର ନାୟକ ଓ ଗୁଣୁପୁର ବ୍ଲକ ବିଡିଓ ଶାନ୍ତିପ୍ରଭା ପ୍ରଧାନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିୟମ ଅନୁଯାୟୀ ବିପନ୍ନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତହସଲିଦାର ।