ପୁଣି ବୁଢ଼ାରାଜା ପାହାଡ଼ରେ ଅଗ୍ନିକାଣ୍ଡ

Fire Broke Outs In Budharaja Pahad Sambalpur  

ସମ୍ବଲପୁର: ବାରମ୍ବାର ଜଳୁଛି ଜଙ୍ଗଲ । ପୁଣି ବୁଢ଼ାରାଜା ପାହାଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଫଳରେ କ୍ଷଣିକରେ ଅନେକ ମୂଲ୍ୟବାନ ଗଛ ପୋଡ଼ି ଯାଇଛି । ଶୁଖିଲା ପତ୍ରରୁ ନିଆଁ ଆରମ୍ଭ ହୋଇ ବଡ଼ ବଡ଼ ବାଉଁଶ ବୁଦା ଓ ଗଛ ଜଳି ଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଓ ବନ ବିଭାଗ ନିଆଁ ଲିଭାଇବା ଲାଗି ଉଦ୍ୟମ କରିଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଛି ।

Fire Broke Outs In Budharaja Pahad Sambalpur  

ଏହା ପୂର୍ବରୁ ଗତ ୧୦ ତାରିଖ ରାତିରେ ମଧ୍ୟ ବୁଢ଼ାରାଜା ପାହାଡ଼ରେ ନିଆଁ ଲାଗି ଅନେକ ଗଛ ଜଳି ଯାଇଥିଲା । ଏହାପରେ ବୁଢ଼ାରାଜା ପାହାଡ଼ରେ ଡ୍ୟୁଟି ପାଇଁ କର୍ମଚାରୀଙ୍କୁ କହିଥିଲା ବନ ବିଭାଗ । ଏଥିସହ ପାହାଡ଼କୁ ବୁଲି ଆସୁଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା ଟିପି ରଖିବାକୁ କୁହାଯାଇ ଥିଲା । ତାହା ମଧ୍ୟ କାର୍ଯ୍ୟକାରୀ ହେଉନାହିଁ ।

Leave a Reply