ମାର୍କେଟ୍ ବିଲ୍ଡିଂ କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ

Fire Broke Outs In Bhubaneswar Keshari Mall

ଭୁବନେଶ୍ୱର: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲ । ମଲରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି ।

 Fire Broke Outs In Bhubaneswar Keshari Mall

କେଶରୀ ମଲ୍ ମଧ୍ୟରେ ଥିବା ୬ରୁ ୭ଟି ଶୋ ରୁମରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏକାଧିକ କପଡ଼ା ଶୋ ରୁମରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ମଲର କାଚ ଭାଙ୍ଗି ଅଗ୍ନିଶମ ବାହିନୀ ଭିତରେ ପଶି ନିଆଁ ଆୟତ୍ତ କରୁଛି । ସାରା ଅଞ୍ଚଳ ଧୂଆଁମୟ ହୋଇ ଯାଇଛି । ମଲ୍ ବନ୍ଦ ହେବା ବେଳେ ନିଆଁ ଲାଗିଥିବାରୁ ସାମଗ୍ରୀ ଛଡ଼ା ଜୀବନ ହାନି ହୋଇନାହିଁ ।