ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ନିଆଁ, ଫାଟିଲା ଗ୍ୟାସ୍ ଲାଇନ୍

1 min read
Fire Broke Outs Coke plant of Tata Steel Factory in Jamshedpur

ଜମଶେଦପୁର: ଟାଟା ଷ୍ଟିଲରେ ଭୟଙ୍କର ଅଗ୍ନିକାଣ୍ଡ । ଝାଡ଼ଖଣ୍ଡ ଜମଶେଦପୁର ସ୍ଥିତ ଟାଟା ଷ୍ଟିଲର ପ୍ଲାଣ୍ଟରେ ନିଆଁ ଲାଗି ବିସ୍ଫୋରଣ ହୋଇଛି । ନିଆଁ ଲାଗିଥିବା ଅଞ୍ଚଳରେ କାମ ବନ୍ଦ ରହିଥିଲା । ଏବେ ଯାଏ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡରେ ୨ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି ।

ନିଆଁ ଲାଗିବା ଖବର ଜଣା ପଡ଼ିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜମଶେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟର କୋକ୍ ଡିଭିଜନରେ ବିସ୍ଫୋରଣ ପରେ ପ୍ଲାଣ୍ଟରେ ନିଆଁ ଲାଗି ଯାଇଥିଲା । ପ୍ଲାଣ୍ଟର ୫, ୬ ଓ ୭ ବ୍ୟାଟେରୀ ଅଚାନକ ବିସ୍ଫୋରଣ ହୋଇଥିଲା । ଏହାପରେ ଗ୍ୟାସ୍ ବ୍ୟାପି ଯାଇଥିଲା । ଆହତ ୨ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।