spot_img

Latest Posts

ନାଲକୋ ୫ନମ୍ବର ୟୁନିଟରେ ଅଗ୍ନିକାଣ୍ଡ, ୪ଟି କାପାସିଟର ବ୍ୟାଙ୍କ ସମ୍ପୂର୍ଣ୍ଣ ନଷ୍ଟ

ଅନୁଗୋଳ ନାଲକୋ ନଗରର ସିପିପି ପ୍ଲାଣ୍ଟ ମଧ୍ୟରେ ଥିବା ୫ନମ୍ବର ୟୁନିଟରେ ଅଗ୍ନିକାଣ୍ଡ ଘଟିଛି । ୫ନମ୍ବର ୟୁନିଟରେ ଥିବା ଆନେକ୍ସ୍ଚର ୭.୫ରେ ବିଦୂତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସେ ସ୍ଥାନରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି । ୫ ନମ୍ବର ୟୁନିଟରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଉଚିତ ସମୟରେ ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ଅଗ୍ନିକାଣ୍ଡ ଘଟିବା ପରେ ଖବର ପାଇ ନାଲକୋ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳେ ନାଲକୋ କତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ତେବେ ନାଲକୋ ପକ୍ଷରୁ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର କୌଣସି ସୂଚନା ଦିଆଯାଇ ନାହିଁ। ପୂର୍ବରୁ ମଧ୍ୟ ନାଲକୋରେ ଅଗ୍ନିକାଣ୍ଡକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ କର୍ମଚାରୀ । ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ସେମାନେ ଦାବି କରିଛନ୍ତି । ')}

Latest Posts

Don't Miss