ଚଣ୍ଡିଖୋଲରେ ଟାୟାର ଗୋଦାମରେ ନିଆଁ, ଜଳିଗଲା ୧୫ ଲକ୍ଷ ଟଙ୍କାର ଟାୟାର

ଯାଜପୁର: ଚଣ୍ଡିଖୋଲ ଛକରେ ଥିବା ଏକ ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୭୦୦ ଟାୟାର । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ଟାୟାର ଗୋଦାମରେ ପୁରୁଣା ଓ ନୂଆ ଟାୟାର ଥିଲା ।

ରାତିରେ କୌଣସି କାରଣରୁ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦୁଇଟି ଟିମକୁ ନିଆଁ ଲିଭାଇବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା । ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ସମୟରେ ରାସ୍ତା କଡ଼ରେ ଥିବା ଗାଡ଼ି ଗୁଡ଼ିକ ଅଳ୍ପକେ ନିଆଁରୁ ବର୍ତ୍ତି ଯାଇଛନ୍ତି ।