ଦିଲ୍ଲୀର ଥୀନର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
1 min read
ନୂଆଦିଲ୍ଲୀ: ପୁଣି ଜଳିଲା ରାଜଧାନୀ ଦିଲ୍ଲୀ । ମୁଣ୍ଡକା, ନରେଲା ପରେ ଗୁରୁବାର ଦିନ ବବନା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଥୀନର ଫ୍ୟାକ୍ଟ୍ରିରେ ଘଟିଥିବା ଜଣାପଡିଛି।
ରିପୋର୍ଟ ଅନୁଯାୟୀ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ୧୭ଟି ଦମକଳ ବାହିନୀ । ଫ୍ୟାକ୍ଟ୍ରି ଭିତରୁ ଜୋରଦାର୍ ନିଆଁ ବାହାରୁଥିବା ବେଳେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଚଳାଇଛି ଅଗ୍ନିଶମ ବାହିନୀ । ଏପଟେ ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡିନାହିଁ।
Delhi | Fire breaks out in a manufacturing unit in Bawana Industrial Area, 17 fire tenders rushed to the site pic.twitter.com/a5XTlvWiFj
— ANI (@ANI) May 19, 2022
ତେବେ ନିକଟ ଅତୀତରେ ଦିଲ୍ଲୀର ମୁଣ୍ଡକାରେ ଏକ ୪ ମହଲା କୋଠାରେ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଘଟଣାରେ ୨୭ ଜଣ ପ୍ରାଣ ହରାଇଥିଲେ । ଖାଲି ଏତିକି ନୁହେଁ ବିଳମ୍ବିତ ରାତି ଯାଏଁ ଏନଡିଆରଏଫ୍ ଓ ଦିଲ୍ଲୀ ଫାୟାର ସର୍ଭିସର ଟିମ୍ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ ।