ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ବଗି ତଳେ ଲାଗିଛି ନିଆଁ

କଟକ: ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଭୁବନେଶ୍ବରରୁ ହାଓ୍ବଡ଼ା ଯାଉଥିବାବେଳେ କଟକ ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଛି । ଗୋଟିଏ ବଗିର ତଳେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।