ଭୋପାଳ ହସ୍ପିଟାଲରେ ଅଗ୍ନିକାଣ୍ଡ; ୪ ନବଜାତ ଶିଶୁ ଜୀବନ୍ତ ଦଗ୍ଧ
1 min read
ଭୋପାଳ: ଗତକାଲି ରାତିରେ ମଧ୍ୟପ୍ରଦେଶର ଭୋପାଳ ସହରରେ ଘଟିଛି ଏକ ଅଭାବନୀୟ ଘଟଣା । ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଅତିକମରେ ଚାରି ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଶିଶୁ ବିଭାଗରେ ମୋଟ ୪୦ ଜଣ ଶିଶୁ ଥିବାବେଳେ ୩୬ ଜଣ ଶିଶୁ ସୁରକ୍ଷିତ ଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ଟାରେ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏପରି ଥିଲା ଯେ ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏତେଥିଲା ଯେ ଏହାକୁ ଆୟତ୍ତ କରିବାକୁ ୮ଟି ଦମକଳ ବାହିନୀ ଲାଗିଥିଲେ । ତେବେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ଚାରି ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା ।
दुखद सूचना प्राप्त हुई है कि एक और बच्चे को नहीं बचाया जा सका। यह हृदय विदारक है, मन दुखी है। पीड़ित परिवारों के प्रति मेरी गहरी संवेदनाएं हैं। दुःख की इस घड़ी में पूरा प्रदेश उनके साथ है।
— Shivraj Singh Chouhan (मोदी का परिवार ) (@ChouhanShivraj) November 8, 2021
ତେବେ ଏହି ଘଟଣାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ପୂରା ତଦାରଖ କରିଥିଲେ ସ୍ବାସ୍ଥ୍ୟ ଶିକ୍ଷା ମନ୍ତ୍ରୀ । ତେବେ ସଟ୍ ସର୍କିଟ କାରଣରୁ ଏପରି ଏକ ବଡ଼ ଦୁର୍ଘଟଣା ହୋଇଛି ବୋଲି କହିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବାସ ସାରଙ୍କ କହିଛନ୍ତି ।