ଜଳିଗଲା ହସ୍ପିଟାଲ କେମୋ ଓ୍ବାର୍ଡର ଆଉଟଡୋର, ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେମୋ ଓ୍ବାର୍ଡ ବାହାରେ ଲାଗିଲା ନିଆଁ । ଏସିର ଆଉଟଡୋର ୟୁନିଟ୍ରେ ନିଆଁ ଲାଗିଯାଇଛି । ଫଳରେ ଆଉଟଡୋରଟି ଜଳି ଯାଇଛି । ନିଆଁ ଦେଖି ଭୟଭୀତ ହୋଇ ଓ୍ବାର୍ଡରୁ ବାହାରି ଆସିଥିଲେ ରୋଗୀ ଓ ସମ୍ପର୍କୀୟ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।