ଜାମିଆ ନଗରରେ ଭୟାବହ ଅଗ୍ନିକାଣ୍ଡ; ୭୦ କାର୍ ନଷ୍ଟ
1 min readନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍ ମୋଟର ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ । ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନା ମୁତାବକ, ଜାମିଆ ନଗର ଅନ୍ତର୍ଗତ ମେନ୍ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଂ ସ୍ଥଳରେ ନିଆଁ ଲାଗିଛି ବୋଲି ଭୋର୍ ପ୍ରାୟ ୫.୦୨ ସମୟରେ ଫୋନ୍ ପାଇଥିଲୁ । ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୭ଟି ଦମକଳ ପଠାଯାଇଥିଲା। କିଛି, ସମୟ ପରେ ନିଆଁ ଲିଭାଇ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିନାହିଁ।
Delhi | Fire broke out at the electric motor parking Jamia Nagar. Seven fire tenders have reached the spot. The fire has been brought under control. Many vehicles have been damaged in the fire, and several e-rickshaws were burnt to ashes: Delhi Fire Service pic.twitter.com/HgKtTbY7wR
— ANI (@ANI) June 8, 2022
ସମୁଦାୟ ୧୦ଟି କାର୍, ୧ଟି ମଟର୍ସାଇକେଲ୍, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସାରେ ନିଆଁ ଲାଗିଥିବା ବେଳେ ସେଗୁଡ଼କ ମଧ୍ୟରୁ ଅନେକ ଭସ୍ମୀଭୂତ ହୋଇଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି।
ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗତ କେତେ ସପ୍ତାହ ହେବ ଦିଲ୍ଲୀରେ କ୍ରମାଗତ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ଆସିଛି ।
ଏଥିସହିତ ପଢ଼ନ୍ତୁ: ଜୁନ ୧୩ରେ ହେବ ରାଜ୍ୟ ବିଧାନସଭା ନେଇ ବାଚସ୍ପତି ନିର୍ବାଚନ