spot_img

Latest Posts

ବାରାଗଡ଼ିଆ ଗାଁ ନିକଟରେ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

ଯାଜପୁର: କଳିଙ୍ଗନଗର ଥାନା ବାରାଗଡିଆ ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ। ଗ୍ୟାସ ଟାଙ୍କି ଫାଟି ଜଳି ଗଲା ଦୋକାନ ଘର। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାରାଗଡିଆ ଛକ ନିକଟରେ ଥିବା ଏକ ଖୁଚୁରା ଗ୍ୟାସ୍ ଫିଲିଙ୍ଗ୍ ଦୋକାନରେ ଦୋକାନୀ ଗ୍ୟାସ୍ ଭରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ଦୋକାନୀ ଓ ଗ୍ରାହକ ଉଭୟେ ଏଥିରେ ଆହତ ହୋଇଥିଲେ। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ୪ଟି ଗ୍ୟାସ୍ ସିଲିଣ୍ଡର୍ ଫାଟିଥିଲା। ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଖବର ପାଇ ଓଡ଼ିଶା ଅଗ୍ନିଶମ ବାହିନୀର ୩ ଟି ଓ ଟାଟା ଷ୍ଟିଲ କାରଖାନାର ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।

Latest Posts

Don't Miss