କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା ଅଗ୍ନିଶମ ବାହିନୀ । ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିଲା ଅଗ୍ନିଶମ ଟିମ ।
କିଛି ଦିନ ତଳେ କଟକର ଏକ ଘରୋଇ ମେଡିକାଲରେ ଲାଗିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଉକ୍ତ ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଥିଲା । ସେପଟେ ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେହି ପ୍ରକୋଷ୍ଠରେ କୌଣସି ରୋଗୀ ନଥିଲେ ।
ଏହି ଘଟଣା ରୋଗୀଙ୍କ ମନରୁ ଭୟ ଦୂର କରିନଥିବାବେଳେ ଆଜି ପୁଣି ଶିଶୁଭବନ ଆଇସିୟୁରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମଧ୍ୟ କୌଣସି କ୍ଷତି ଘଟିନାହିଁ । ଏକପ୍ରକାର କହିବାକୁ ଗଲେ, ବଡ ଧରଣର ବିପଦ ବର୍ତିଯାଇଛି । ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଛି ।