ଦିଲ୍ଲୀ ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଗ୍ରେଟର କୈଳାସ ବୃଦ୍ଧାଶ୍ରମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ତରା କେୟାର ଫର ସିନିୟର୍ସ ନାମକ ବୃଦ୍ଧାଶ୍ରମରେ ନିଆଁ ଲାଗିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ୪ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଏହି ଅଗ୍ନିକାଣ୍ଡ ଭୋର ସମୟ ୪ଟାରେ ଘଟିଥିବା ସୂଚନା ମିଳିଛି । ୮୨ ବର୍ଷ ଓ ୯୨ ବର୍ଷ ବୟସ୍କ ଦୁଇ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ହୋଇଛି । ୧୩ ଜଣଙ୍କୁ ଉଦ୍ଧାର କରି ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦକ୍ଷିଣୀ ଜିଲ୍ଲା ପୋଲିସ ତଦନ୍ତ ଆରମ୍ଭ କରିଛି ।