ବଲାଙ୍ଗିରରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ

ବଲାଙ୍ଗିର: ବଲାଙ୍ଗିର କଣ୍ଟାବାଞ୍ଜି ରେଳଷ୍ଟେସନରେ ଅଘଟଣ । ଷ୍ଟେସନରେ ଥିବା ବେଳେ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ମାଲବାହି ଗାଡିର ୨୧ଟି ବଗିରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଦୀର୍ଘ ପାଞ୍ଚ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ବାହିନୀ ।