କଣ୍ଟାବାଞ୍ଜି ଗଦି ଗୋଦାମରେ ନିଆଁ

ବଲାଙ୍ଗୀର: କଣ୍ଟାବାଞ୍ଜି ଗଦି ଗୋଦାମରେ ନିଆଁ । ୩ ନମ୍ବର ରୋଡରେ ଥିବା ବଜରଙ୍ଗ ଅଗ୍ରଓ୍ବାଲଙ୍କ ଗଦି ଗୋଦାମରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଗୋଦାମ ନିକଟ ଆଖପାଖ ଲୋକେ ପ୍ରଥମେ ଧୁଆଁ ବାହାରୁ ଥିବା ଦେଖି ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ । ସେତେବେଳକୁ ନିଆଁ ଚାରିଆଡେ଼ ବ୍ୟାପି ଯାଇଥିଲା ।

ସ୍ଥାନୀୟ ଲୋକେ କଣ୍ଟାବାଞ୍ଜି ଦମକଳ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗଦି ଗୋଦାମରେ ଅଧିକ ତୁଳା ରହିଥିବାରୁ ନିଆଁ ଖୁବଶୀଘ୍ର ବ୍ୟାପିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।