ପୁଷ୍ପାରାଜଙ୍କ ପିଛା ଛାଡୁନି ବିବାଦ

ହାଇଦ୍ରାବାଦ: ଦର୍ଶକଙ୍କ ମନରେ ରାଜ କରୁଥିବା ପୁଷ୍ପାରାଜ ଏବେ ସମସ୍ୟାରେ  । ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା  । ଦକ୍ଷିଣ ଭାରତୀୟ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ନାଁରେ ହାଇଦ୍ରାବାଦ ଅମ୍ବରପେଟ ଥାନାରେ ମାମଲା ରୁଜୁ କରିଛନ୍ତି ସାମାଜିକ କର୍ମୀ ଉପେନ୍ଦ୍ର ରେଡ୍ଡୀ  । ଏକ ବିଜ୍ଞାପନରେ ଆଲ୍ଲୁ ଭୁଲ ତଥ୍ୟ ଉପସ୍ଥାପନା କରିଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ  ।

ସେ ଯେଉଁ ଶିକ୍ଷାନୁଷ୍ଠାନ ପାଇଁ ବିଜ୍ଞାପନ କରିଥିଲେ ତା ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି  । ଭୁଲ ତଥ୍ୟ ଆଧାରରେ ବିଜ୍ଞାପନ କରି ପୁଷ୍ପାରାଜ ଦର୍ଶକଙ୍କୁ ଭ୍ରମିତ କରୁଛନ୍ତି  । ଏହା ଏକ ଶିକ୍ଷାନୁଷ୍ଠାନର ବିଜ୍ଞାପନ ହୋଇଥିବାରୁ ଏହାର ପ୍ରଭାବ ଉଭୟ ଅଭିଭାବକ ଓ ପିଲାମାନଙ୍କ ଉପରେ ପଡିବ ବୋଲି ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ  ।

ପୂର୍ବରୁ ମଧ୍ୟ ଏକ ଖାଦ୍ୟ ଡେଲିଭରି ଆପ ଓ ବାଇକ ଆପର ବିଜ୍ଞାପନ କରି ବିବାଦରେ ଛନ୍ଦି ହୋଇଥିଲେ ପୁଷ୍ପାରାଜ  । ଖୁବଶୀଘ୍ର ପୁଷ୍ପା: ଦ ରୁଲ ସୁନ ପାଇଁ ସୁଟିଂ ଆରମ୍ଭ କରିବେ ଆଲ୍ଲୁ  । ପୁଷ୍ପାଙ୍କ ହାତରେ ଅନେକ ପ୍ରୋଜେର୍ଟ ଥିବାବେଳେ ଏବେ ସେ ଫସି ଯାଇଛନ୍ତି  ।