ରାଜୀବ ଓ ନେହେରୁଙ୍କ ବିରୋଧରେ ଟ୍ୱିଟ୍ କରି ଅଡୁଆରେ ସମ୍ବିତ, ଓଡ଼ିଶା ଓ ଛତିଶଗଡରେ ଏତଲା

1 min read

ଭୁବନେଶ୍ବର: ବିଜେପି ଜାତୀୟ ମୁଖପାତ୍ର ତଥା ଗତ ସାଧାରଣ ନିର୍ବାଚନରେ ପୁରୀରୁ ଲୋକସଭା ପ୍ରାର୍ଥି ହୋଇଥିବା ସମ୍ବିତ ପାତ୍ରଙ୍କୁ ଟ୍ୱିଟ୍ ମହଙ୍ଗା ପଡିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ପାଇଁ ସମ୍ବିତଙ୍କ ବିରୋଧରେ ଥାନାରେ ଏତଲା ଦାଏର ହୋଇଛି । ଓଡ଼ିଶା କଂଗ୍ରେସ ପକ୍ଷରୁ  ଏହି ଦିଆଯାଇଛି ।

କଂଗ୍ରେସ ପକ୍ଷରୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଗତ ମେ’ ୧୦ ତାରିଖରେ ସମ୍ବିତ ପାତ୍ର ତାଙ୍କ ଟ୍ୱିଟରେ କାଶ୍ମୀର ପ୍ରସଙ୍ଗ ପାଇଁ ନେହେରୁ ଓ ବୋଫର୍ସ ଏବଂ ୧୯୮୪ ଶିଖ ଦଙ୍ଗା ପାଇଁ ରାଜିବ ଗାନ୍ଧୀଙ୍କୁ ଦାୟୀ କରି ଟ୍ୱିଟ୍ କରିଥିଲେ । ରାଜୀବ ଗାନ୍ଧି ଶିଖ ବିରୋଧୀ ଦଙ୍ଗା ପାଇଁ ଦାୟୀ ଥିଲେ ବୋଲି ସମ୍ବିତ ସିଧାସିଧା ଅଭିଯୋଗ କରିଥିଲେ ।

ଏନେଇ ଯ଼ୁବ କଂଗ୍ରେସର ନିର୍ଦ୍ଦେଶ କ୍ରମେ ସବୁ ପ୍ରଦେଶ ଯ଼ୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଭୁବନେଶ୍ୱର ରାଜ୍ୟ ଯ଼ୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ସମ୍ବିତ ପାତ୍ରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ତେବେ ଏନେଇ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ଏଯାଏଁ ମିଳିନାହିଁ ।

ଅନ୍ୟପକ୍ଷରେ ଛଡିଶଗଡର ରାୟପୁରରେ ମଧ୍ୟ ଏହି ଟ୍ୱିଟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସେଠାକାର ଛାତ୍ର କଂଗ୍ରେସ ତରଫରୁ ସମ୍ବିତଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

 

 

Leave a Reply