ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁରେ ଏତଲା, ସରକାରୀ ଘରକୁ ମାଡିବସିଥିବା ଅଭିଯୋଗ

ବ୍ରହ୍ମପୁର: ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁରେ ଗୋଷାଣୀ ନୂଆଗାଁ ଥାନାରେ ଏତଲା । ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ ଏହି ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପ୍ରମିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀର୍ଘଦିନ ଧରି ଏକ ରାଜୀବ ଆବାସ ଆପାର୍ଟମେଣ୍ଟକୁ ତାଲା ପକାଇ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି ।
ରାଜୀବ ଆବାସ ଆପାର୍ଟମେଣ୍ଟରେ ଘର ପାଇଥିବା ହିତାଧିକାରୀଙ୍କୁ ନଦେଇ ନିଜ ଅଧୀନରେ ପ୍ରମିଳା ତ୍ରିପାଠୀ ରଖିବା ନେଇ ଏତଲା ବ୍ରହ୍ମପୁର ମହାନଗର ନିଗମ କମିଶନର ଏତଲା ଦେଇଛନ୍ତି । ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାମରେ ଅଭିଯୋଗ ଆସିବା ପରେ ନିଜେ ପ୍ରମିଳା ତ୍ରୀପାଠୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏଭଳି କରିନାହାଁନ୍ତି ବୋଲି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।