ଅନଲାଇନରେ ଅବଢ଼ା ବିକ୍ରିକୁ ନେଇ ସିଂହଦ୍ୱାର ଥାନାରେ ଏତଲା

1 min read

ପୁରୀ: ଅନଲାଇନରେ ପ୍ରଥମେ ନିର୍ମାଲ୍ୟ ଏବେ ପୁଣି ଅବଢ଼ା ବିକ୍ରିକୁ ନେଇ ଅଭିଯୋଗ । ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଖୁଲମଖୁଲା କରାଯାଉଛି ଅପମାନ । ଏବେ ଅନ୍‌ଲାଇନ୍‌ରେ ଗୋଟେ ପରେ ଗୋଟେ ସଂସ୍ଥା ବିକ୍ରି କରୁଛନ୍ତି ମହାପ୍ରସାଦ । ପିନ୍‌ରେଷ୍ଟ ଡଟ୍‌ କମ୍‌ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ସହ ଶୁଖିଲା ଭୋଗ ବି ବିକ୍ରି କରୁଥିବା ଅଭିଯୋଗ ହୋଇଛି  ।

ପୂର୍ବରୁ ଆମାଜନ ଇ-କମର୍ସ ସଂସ୍ଥା ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରି କରୁଥିବା ନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁ ଖୁଣ୍ଟିଆ ସଂହଦ୍ୱାରା ଥାନାରେ ଏତଲା ଦେଇଥିଲେ । ପିନ୍‌ରେଷ୍ଟ ଡଟ୍‌ କମ୍‌ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆ ଯାଇଛି ।

ପୂର୍ବରୁ ନିର୍ମାଲ୍ୟ ପାଇଁ ଆଉ ଏବେ ଅବଢ଼ା ପାଇଁ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ୱାର ଥାନାରେ ଏତାଲା ଦେଇଛନ୍ତି । ତେବେ ମହାପ୍ରସାଦ ବ୍ୟବସାୟରେ ଆମାଜନ ଓ ପିନ୍‌ରେଷ୍ଟର ଆଭ୍ୟନ୍ତରୀଣ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

Leave a Reply