କାର୍ ପାର୍କିଂକୁ ନେଇ ଅଭିନେତା ବବି ମିଶ୍ରଙ୍କ ନାଁରେ ଏତଲା

ଭୁବନେଶ୍ୱର: କାର୍ ପାର୍କିଂକୁ ନେଇ ଅଭିନେତାଙ୍କ ନାଁରେ ଏତଲା । ଅଭିନେତା ବବି ମିଶ୍ରଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ପଡ଼ୋଶୀ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ପାର୍କିଂକୁ ନେଇ ନିଶାସକ୍ତ ଅବସ୍ଥାରେ ଅଭିନେତା ବବି ମିଶ୍ର ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ କରିଛନ୍ତି ପଡ଼ୋଶୀ ତପି ମିଶ୍ର ।
ଏନେଇ ଅଭିନେତା ବବି ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଗତକାଲି ସନ୍ଧ୍ୟାରେ ଗାଡ଼ି ରଖିବାକୁ ନେଇ ମୋ ସାନ ଭାଇ ସହ ତପି ମିଶ୍ରର ଝଗଡ଼ା ହୋଇଥିଲା । ମୁଁ ଅଟକାଇବା ବେଳେ ତପି ମିଶ୍ର ମୋତେ ତଣ୍ଟିଆ ମାରିଛି । ଏଭଳି ଅଭିଯୋଗ କରି ତପି ମିଶ୍ର ହାଇଲାଇଟ୍ ହେବାକୁ ଚେଷ୍ଟା କରୁଥିବା କହିଛନ୍ତି ଅଭିନେତା ବବି ମିଶ୍ର ।