କୋଭିଡ ନିୟମ ଭାଙ୍ଗି ଫସିଲେ ଗୌହର ଖାନ, ୨ ମାସ ଯାଏଁ କରିବେନି ସୁଟିଂ

1 min read

ମୁମ୍ବାଇ: କରୋନା ସଂକ୍ରମିତ ହୋଇ ମଧ୍ୟ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଛନ୍ତି ଅଭିନେତ୍ରୀ ଗୗେହର ଖାନ୍ । ଯେଉଁଥିପାଇଁ ତାଙ୍କ ନାମରେ ମୁମ୍ବାଇର ଓଶିବିରା ପୋଲିସ ଷ୍ଟେସନରେ ଏକ ମାମଲା ଦାଏର କରାଯାଇଛି । ମାମଲା ଦାଏର ପରେ FWICE ଅଭିନେତ୍ରୀଙ୍କ ଏଭଳି ଦାୟିତ୍ୱହୀନତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ଘଟଣାରେ FWICE କହିଛି ଯେ ଗୌହରଙ୍କ ସହ ୨ ମାସ ଯାଏଁ ଆମ ସଦସ୍ୟ ସୁଟିଂ କରିବେନି । FWICEର ପ୍ରେସିଡେଣ୍ଟ ବିଏନ୍ ତିଓ୍ୱାରୀ, ଜେନେରାଲ୍ ସେକ୍ରେଟାରୀ ଅଶୋକ ଦୁବେ, ଟ୍ରେଞ୍ଜରାର ଗଙ୍ଗେଶ୍ୱର ଲାଲ ଶ୍ରୀବାସ୍ତବ ଓ ମୁଖ୍ୟ ପରାମର୍ଶଦାତା ଅଶୋକ ପଣ୍ଡିତ ତଥା ଶରଦ ଶେଲାର ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ କରୋନା ସଂକ୍ରମିତ ହୋଇ ମଧ୍ୟ ଗୗେହର ଏଭଳି କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ବାସ୍ତବରେ ଦାୟିତ୍ୱହୀନତା କାର୍ଯ୍ୟ ।

ଫେଡେରେସନର ଜଣେ ପଦାଧିକାରୀ କହିଛନ୍ତି ଯେ ‘ଏମିତି କରିବା ପୂର୍ବରୁ ସେ ଭୁଲି ଗଲେ ଯେ ତାଙ୍କ ପାଇଁ କେତେ ଲୋକଙ୍କ ଜୀବନ ବିପଦରେ ପଡିବ । ହୋମ୍ କ୍ୱାରେଣ୍ଟାଇନ୍ ଲାଗି ବିଏମସି ପକ୍ଷରୁ ତାଙ୍କ ହାତରେ ଷ୍ଟାମ୍ପ ମଧ୍ୟ ଲଗାଯାଇଥିଲା । ତଥାପି ସେ ଘରୁ ବାହାରି ବିଭିନ୍ନ ସ୍ଥାନରେ ବୁଲିବା ସହ  ସୁଟିଂ କରିଥିଲେ । ତାଙ୍କର ଏଭଳି ଆଚରଣକୁ ଜମାରୁ ଠିକ୍ ବୋଲି ବିବେଚିତ କରାଯାଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ।

Leave a Reply