ବିଜେପି ନେତା ସଞ୍ଜୟ ମହାନ୍ତିଙ୍କ ସମେତ ୫ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର: ଓଡ଼ିଶାରେ ତ୍ରିପୁରା ଟ୍ରେଣ୍ଡ । ତ୍ରିପୁରା ପରେ ରାଜ୍ୟ ପିସିସି ସଭାପତିଙ୍କ ଉପରକୁ ବିଜେପିର ଆକ୍ରମଣ । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ନାଁରେ ଟାଉନ୍‌ ଥାନାରେ ଏତଲା ହୋଇଛି । ଥାନାରେ ଅଭିଯୋଗ ପରେ ସଞ୍ଜୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ତାଙ୍କ ସହ ମୋଟ୍‌ ୫ ଜଣଙ୍କ ନାଁରେ ଟାଉନ ଥାନାରେ ଏତଲା ଦିଆଯାଇଛି।

ତେବେ ପ୍ରଶ୍ନ ଉଠୁଛି, ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ପଛରେ କଣ ଥିଲା ଉଦ୍ଦେଶ୍ୟ ? ଗୁଣ୍ଡାଗର୍ଦ୍ଦି କରି କେଉଁ ପ୍ରକାର ହୀନ ରାଜନୀତି କରୁଛି ବିଜେପି ? ତ୍ରିପୁରା ପରି ଓଡ଼ିଶାରେ ବି ପିସିସି ସଭାପତିଙ୍କ ଉପରକୁ ଆକ୍ରମଣ କରିଛି ବିଜେପି ? ଗତକାଲି ସଂଧ୍ୟାରେ କେନ୍ଦୁଝର ଫେରୁଥିବା ବେଳେ କାଶିପୁର ନିକଟରେ ନିରଂଜନଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା ।

ତେବେ ଆକ୍ରମଣରେ ଅଳ୍ପରେ ନିରଂଜନ ରକ୍ଷା ପାଇଯାଇଥିଲେ । ତେବେ ତାଙ୍କ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ ଦୁର୍ବୃତ୍ତ । ପରେ କଂଗ୍ରେସ କର୍ମୀ ପିସିସି ସଭାପତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ । ଘଟଣାକୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜିଲ୍ଲା କଂଗ୍ରେସ ଯୁବ କର୍ମୀ ।

Leave a Reply